କିପରି କଟିବ ଆଜି ଆପଣଙ୍କ ଦିନ: ୨୬/୦୯/୨୦୨୧

ମେଷ:ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । ରାଜନୀତି ମାମଲାରେ ସଫଳତା ମିଳିବ ।

ବୃଷ:ସବୁ କାର୍ଯ୍ୟ ସହଜରେ ପୂରଣ ହେବ । ଘରେ କିଛି ପରିବର୍ତ୍ତନ କରିବାକୁ ଇଛା କରିବେ । ପାରିବାରିକ ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତିର ବାତାବରଣ ବଜାୟ ରହିବ । ବ୍ୟବସାୟରେ ଭାଗୀଦାରମାନଙ୍କ ସହ ଆଦର୍ଶଗତ ମତଭେଦ ସୃଷ୍ଟିହେଲେ ମଧ୍ୟ ଆଶାତୀତ ଲାଭ ହୋଇପାରେ ।

ମିଥୁନ:ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କାର୍ଯ୍ୟ କ୍ଷେତ୍ରରେ ଶୁଭ ଫଳ ପାଇବେ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ।

କର୍କଟ: ସାମାଜିକ କାର୍ଯ୍ୟକ୍ରମରେ ସମ୍ମାନ ପାଇବେ । ପୈତୃକ ସମ୍ପତ୍ତି ସମସ୍ୟା ଦୂର ହେବ । ମନରେ ଥିବା ସନ୍ଦେହ ଦୂର ହେବ । ଘରୋଇ ଚାକିରୀ କରୁଥିବା ଲୋକମାନଙ୍କର କର୍ମ କ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ । ଟଙ୍କା ସମ୍ବନ୍ଧିତ ସମସ୍ୟା ଦୂର ହେବ ।

ସିଂହ:ସ୍ୱାସ୍ଥ୍ୟ ଉତ୍ତମ ରହିବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବ୍ୟବସାୟରେ ପ୍ରଚୁର ଲାଭହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ ।

କନ୍ୟା:ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ ।

ତୁଳା:ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । କେତେକ କର୍ମରେ ସଫଳତା ପ୍ରାପ୍ତି ହେବା ସହ ପାରିବାରିକ କ୍ଷେତ୍ରରେ ସ୍ନେହ ସହାନୁଭୁତି ମିଳିବ । ପଢାପଢିରେ ମାନସିକ ଶାନ୍ତି ଅନୁଭବ କରିବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ ।

ବିଛା:ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ପାରନ୍ତି ।

ଧନୁ:ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ପରିବହନରେ ବିଶେଷ ଲାଭବାନ ହେବେ । ନୂତନ ବସ୍ତୁ କ୍ରୟ କରିପାରିବେ ।

ମକର:ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ । ଉଚ୍ଚ ଶିକ୍ଷା ହାସଲ କରି ପ୍ରଶଂସିତ ହେବେ । ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ ।

କୁମ୍ଭ:ଶାରୀରିକ ସୁସ୍ଥତା ଅନୁଭବ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ ।

ମୀନ:ରାଜନୀତିରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସାମାଜିକ ପତିଆରା ଅମଳିନ ରହିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ ।