ବାତ୍ୟାର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର, ୨୫/୯: ବଙ୍ଗୋପସାଗରରେ ବାତ୍ୟା ‘ଗୁଲାବ’ର ରୂପ ନେଇଛି ଗଭୀର ଅବପାତ। ଗଞ୍ଜାମର ଗୋପାଳପୁରଠାରୁ ୩୭୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ସ୍ଥଳଭାଗ ଛୁଇଁପାରେ ବାତ୍ୟା-ଗୁଲାବ୍‌ । ବାତ୍ୟା ଗୋପାଳପୁର-ବିଶାଖାପଟନମ ମଝି କଳିଙ୍ଗପଟନମରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବା ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବି ପ୍ରବଳ ବର୍ଷା ହେବ।