ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ

ଭୁବନେଶ୍ୱର, ୨୫/୯: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ। ଆସନ୍ତା କାଲି ସଂଧ୍ୟାରେ ଦକ୍ଷିଣ ଓଡ଼ିଶାର ସ୍ଥଳଭାଗ ଛୁଇଁବ। ଗୋପାଳପୁର-ବିଶାଖପାଟନମ ମଧ୍ୟରେ ଥିବା କଳିଙ୍ଗପାଟନମରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି। ସେତେବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବା ଆଶଙ୍କା କରାଯାଉଛି।