ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର, ୨୫/୯: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରୂପରେ ରହିଛି । ଆଜି ସଂଧ୍ୟାରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତମାନ ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୬୭୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୭୪୦ କିଲୋମିଟର ଦୂର ପଶ୍ଚିମକୁ ରହିଛି ।ଏହାର ପ୍ରଭାବରେ ବର୍ତମାନ ଓଡିଶା ଓ ଉତର ଆନ୍ଧ୍ର ଉପକୂଳରେ ବର୍ଷା ସାଙ୍ଗକୁ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ସେହିପରି ୨୬ ତାରିଖ ଅପରାହ୍ନରୁ ମଧ୍ୟରାତ୍ରୀ ଯାଏଁ ଘଂଟାପ୍ରତି ସର୍ବାଧିକ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।