ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର, ୨୩/୯:  ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ଜଳଦ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୫ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଜଳଦ ତ୍ରିପାଠୀ । ପୂର୍ବରୁ ମଧ୍ୟ ତାମିଲନାଡୁର ଡିଜି ଭାବେ ସେ ଦାୟିତ୍ୱ ତୁଲାଇସାରିଛନ୍ତି । ତେବେ ପୂର୍ବତନ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ ।