ରାଜ୍ୟରେ ଆସନ୍ତା ୨୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୩/୯: ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି। ଏହାରିମଧ୍ୟରେ ୨୪ ତାରିଖ ବେଳକୁ ଉତ୍ତର ପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି  ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରବର୍ତୀ ୪୮ ଘଣ୍ଟା ଅର୍ଥାତ୍‌ ୨୬ ତାରିଖ ରାତି ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରଭାବରେ ୨୫ ତାରିଖଠାରୁ ଓଡ଼ିଶାରେ ବର୍ଷା ପରିମାଣ ପୁଣିଥରେ ବୃଦ୍ଧି ପାଇବ। ୨୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।