ଭିଜିଲାନ୍ସ ଜାଲରେ IIC

ଭୁବନେଶ୍ୱର, ୨୨/୯: ମାଲକାନଗିରିର ମୋଟୁ ଥାନା IIC ସନ୍ତୋଷ ସାହୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। IIC ସନ୍ତୋଷ ସାହୁଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । କଟକର ଫୁଲନଖରାକୁ ଆସୁଥିବା ବେଳେ ଖୋର୍ଦ୍ଧା ନିକଟରୁ ଏହି ମୋଟା ଅଙ୍କର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । କିନ୍ତୁ ତାଙ୍କ ପାଖରୁ ଜବତ ହୋଇଥିବା ଟଙ୍କାର ସନ୍ତୋଷଜନକ ଉତ୍ତର ସେ ଦେଇ ପାରିନଥିଲେ  । ଏହାପରେ ତାଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ ଜାରି ହୋଇଥିଲା।