୪୮ ଘଣ୍ଟା ପରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୨/୯: ମାଣିକପୁର ନିକଟ ନଦୀରେ ଜଣେ ବୃଦ୍ଧ ଭାସିଯାଇଥିଲେ। ୪୮ଘଣ୍ଟା ପରେ ଶାଳିଆ ନଦୀରେ ଆଜି ନିଖୋଜ ହୋଇଥିବା ବୃଦ୍ଧ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛିି ।  ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର ହୋଇଛି।  ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦ ତାରିଖ ଦିନ ସକାଳ ୭ଟାରୁ ନିଖୋଜ ଥିଲେ ଚରଣ ବେହେରା । ୪୮ଘଣ୍ଟାର ଅପରେସନ ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ ।