ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୯: ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୦.୪୫ରେ ବଲାଙ୍ଗିରରେ ପହଞ୍ଚି ପ୍ରଥମେ ଟିଟିଲାଗଡ଼ ଯିବେ। ଟିଟିଲାଗଡ଼ରେ ପହଁଚି ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବା ସହ ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ ବସ୍ ଟର୍ମିନାଲ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପିଇବା ପାଣି ପ୍ରକଳ୍ପ, ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର ନୂତନ କୋଠାର ଉଦ୍‌ଘାଟନ ସହ ପ୍ରସିଦ୍ଧ ହରିଶଙ୍କର ପୀଠରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ରହିଛି।