ରାଜଧାନୀରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର, ୨୧/୯ : ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା ଘଟିଛି । ସ୍ବାମୀକୁ ନିଜ ହାତରେ ମାରି ଦେଇଛି ସ୍ତ୍ରୀ । ରାଜଧାନୀ ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସାମ ମୁଣ୍ଡରି ହୋଇଥିବା ବେଳେ ସେ ବିଏମସିର ସଫେଇ କାମ କରନ୍ତି । ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସାମ ମୁଣ୍ଡରିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଲୋକେ ଏହି ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ମିଳିବା ପରେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । କିନ୍ତୁ ହତ୍ୟାକାଣ୍ଡ ପଛର ରହସ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।