ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା

ଭୁବନେଶ୍ୱର, ୨୦/୯: ଭୁବନେଶ୍ବରରେ ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କରାଯାଇଛି। ରିଲିଫ କୋଡ୍‌ ଅନୁସାରେ ସହାୟତା ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ନାଳରେ ଭାସିଯାଇ ପ୍ରାଣ ହରାଇଥିଲେ ଜ୍ୟୋତିପ୍ରକାଶ ବେହେରା। ଆଜି ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା।