ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ

ନୂଆଦିଲ୍ଲୀ,୨୦/୯: ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚରଣଜିତ ସିଂହ ଚନ୍ନି । ପଞ୍ଜାବର ଷୋଡ଼ଶ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଚରଣଜିତଙ୍କ ସହ କେତେକ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୂଚନା ଯୋଗ୍ୟ ଯେ ପୂର୍ବତନ ବୈଷୟିକ ଶିକ୍ଷା ଓ ଶିଳ୍ପ ତାଲିମ ବିଭାଗର ମନ୍ତ୍ରୀ ଥିଲେ ଚରଣଜିତ । ଏହାସହ ୨୦୧୫ରୁ ୧୬ ଯାଏ ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ସେ ଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ ଗତ  ୧୮ ତାରିଖ ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ସେ ଦେଇଥିଲେ।