ରାଜଧାନୀରେ ନାବାଳକ ଭାସିଯିବା ଘଟଣା, ଏବେ ବି ମିଳିନି ପତ୍ତା

ଭୁବନେଶ୍ୱର, ୨୦/୯: ଭୁବନେଶ୍ବର ସ୍ଥିତ ଶତାବ୍ଦୀନଗର ନାଳରେ ଗତକାଲି ଜଣେ ନାବାଳକ ଭାସି ଯାଇଥିଲେ। କିନ୍ତୁ ନାବାଳକର ଏପର୍ଯ୍ୟନ୍ତ ବି ପତ୍ତା ମିଳିପାରି ନାହିଁ । ଗତକାଲି ଦିନ ଅଢ଼େଇଟା ବେଳେ ଏହି ଅଘଟଣ ଘଟିଥିଲେ ବି ଏଯାଏଁ ନାବାଳକକୁ ଉଦ୍ଧାର କରାଯାଇପାରିନି । ଭାସିଯିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଚାଲିଥିବା ବେଳେ ରାତି ହେବାରୁ ଏହି ଅପରେସନକୁ ବନ୍ଦ କରାଯାଇଥିଲା। ଆଜି ପୁଣି ଏହି ଅପରେସନ ଜାରି ରହିଛି । ଉଲ୍ଲେଖ ଯୋଗ୍ୟ ଯେ ଛାତ୍ର ଜଣକ ହେଲେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା। ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ।