ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ, ଏବେ ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର, ୧୯/୯: ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା ।ଏହାସହ ଉପରମୁଣ୍ଡରେ ଲଗାଣ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ହୀରାକୁଦର ଗୋଟିଏ ପରେ ଗୋଟିଏ (୨୮ଟି) ଗେଟ ଖୋଲା ଯାଇଥିଲା । ଏହାରି ମଧ୍ୟରେ ଆଜି ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମୁଛି । ତେଣୁ ଗୋଟେ ପରେ ଗୋଟେ ଗେଟ ବନ୍ଦ କରାଯାଉଛି। ଆଉ ୮ଟି ଗେଟ ଖୋଲା ଥିବା ବେଳେ ଆଜି ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୪୩ ଫୁଟ୍ ରହିିିଛି।