ଦେଶରେ ୨୪ ଘଣ୍ଟାରେ ୩୦,୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ,୧୯/୯ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୩୦ ହଜାର ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୪୮ ହଜାର ୧୬୩ କୁ ବୃଦ୍ଧି ପାଇଛି । ସେହିପରି ଆଜି ୩୦୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୮୩୮ ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୨୬ ଲକ୍ଷ ୭୧ ହଜାର ୧୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୩ ଲକ୍ଷ ୩୨ ହଜାର ୧୫୮ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।