ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଡେନ

ନୂଆଦିଲ୍ଲୀ, ୭/୧୧: ୨୮ ବର୍ଷ ପରେ ବଦଳିଲା ଇତିହାସ ।ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେ ଟ୍ରମ୍ପଙ୍କୁ ହରାଇଛନ୍ତି ବିଡେନ । ଜୋ ବିଡେନ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଏବେ ଯାଏ ୨୭୩ ଇଲେକ୍ଟୋରାଲ ଭୋଟ ପାଇଛନ୍ତି ବିଡେନ । ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୨୧୩ ଇଲେକ୍ଟ୍ରୋରାଲ ଭୋଟ । କମଳା ହାରିସ୍ ହେବେ ଉପରାଷ୍ଟ୍ରପତି ବୋଲି ସୂଚନା ମିଳିଛି ।