ଟଳିଲା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର, ୧୮/୯: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଥିଲା। ତେଣୁ ହୀରକୁଦ ଜଳଭଣ୍ଡାର ଗେଟ ଖୋଲା ଯାଇଥିଲା। ବନ୍ୟା ପରିସ୍ଥିତି ହେବା ନେଇ ସମ୍ଭାବନା ଥିଲା ।ଏହାରିମଧ୍ୟରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛୋଟ ଧରଣର ବନ୍ୟା ହୋଇଛି ଓ କୌଣସି ବିପଦ ନାହିଁ। ମୁଣ୍ଡଳି ଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଅନ୍ୟପକ୍ଷରେେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିଛି।ଏବେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି।ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବି କମିଛି।ବନ୍ୟା ପରିସ୍ଥିତି ନାହିଁ ଓ କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ସେ କହିଛନ୍ତି।