ହୀରାକୁଦ ଜଳଭଣ୍ଡାରର ଆଉ ୬ ଗେଟ୍ ବନ୍ଦ

ଭୁବନେଶ୍ୱର, ୧୮/୯ :ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା ।ଏହାସହ ଉପରମୁଣ୍ଡରେ ଲଗାଣ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ହୀରାକୁଦର ଗୋଟିଏ ପରେ ଗୋଟିଏ (୨୮ଟି) ଗେଟ ଖୋଲା ଯାଇଥିଲା । ଏହାରି ମଧ୍ୟରେ ଆଜି ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମୁଛି । କିଛି ଘଣ୍ଟା ପୂର୍ବରୁ ୪ଟି ଏବେ ଆଉ  ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ।