ଆଧାର ସହିତ ପାନ୍‌ ଲିଙ୍କ୍‌ର ସମୟ ସୀମା ବୃଦ୍ଧି

ଭୁବନେଶ୍ୱର, ୧୮/୯: ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଆଧାର ସହିତ ପାନ୍‌ ଲିଙ୍କ୍‌ର ସମୟ ସୀମାକୁ ବୃଦ୍ଧି କରିଛନ୍ତି । ସମୟ ସୀମା ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢା ଯାଇଥିବା ସୂଚନା ରହିଛି । ଆୟକର ବିଭାଗ ସୂଚନା ଅନୁସାରେ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ ଥିଲା । କିନ୍ତୁ ଏବେ କୋଭିଡ-୧୯ ମହାମାରୀ ହେତୁ ସମୟସୀମା ଆହୁରି ୬ ମାସ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସରକାର ଚତୁର୍ଥ ଥର ପାଇଁ ଆଧାର-ପାନ୍ ଲିଙ୍କ୍ ସମୟସୀମାକୁ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ କରୋନା ଦ୍ବିତୀୟ ତରଙ୍ଗ ଯୋଗୁ ସରକାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।