ପୁଣି ଜବତ ହେଲା ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗାର

ଭୁବନେଶ୍ୱର, ୧୮/୯ : ରାଜ୍ୟରେ ଚୋରି ଡକାୟତି ସାଙ୍ଗକୁ ଥମୁନି ନିଶାଦ୍ରବ୍ୟ କାରବାର । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲା ସ୍ଥିତ ଜଳେଶ୍ୱର ଥାନା ଝାଡେଶ୍ୱପୁର ବସ୍ତିରୁ ଆଜି ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇଛି । ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଜଣେ ମହିଳା ସମେତ ୩ଜଣ ଅଟକ ରହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଝାଡ଼େଶ୍ୱର ବସ୍ତିରେ ବ୍ରାଉନ୍‌ସୁଗାର କାରବାର୍‌ ଚାଲିଥିବା ନେଇ ସୂଚନା ମିଳିବା ପରେ ବସ୍ତିରେ ଚଢାଉ କରିଥିଲା ଜଳେଶ୍ୱର ପୋଲିସ । ତେବେ ଏହି କାରବାରରେ ଆଉ କେତେ ଜଣ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।