ଓଡ଼ିଶା ଫରେଷ୍ଟ ସର୍ଭିସ୍ ର ଫଳାଫଳ ପ୍ରକାଶିତ

ଭୁବନେଶ୍ୱର, ୧୭/୯: ଓଡ଼ିଶା ଫରେଷ୍ଟ ସର୍ଭିସ୍ ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏଥିରେ ୬୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ସେମାନଙ୍କ ନାମ ନିଯୁକ୍ତି ଲାଗି ସରକାରଙ୍କୁ ସୁପାରିସ କରିଛନ୍ତି। କୋରାପୁଟର ଝିଅ ଆୟୁଷୀ ପତି ଟପ୍ପର ହୋଇଛନ୍ତି। ଭୁବନେଶ୍ଵର ଓୟୁଏଟିରେ ଏମଏସସି ଡିଗ୍ରି ହାସଲ ପରେ ପ୍ରଥମ ଥର ପରୀକ୍ଷା ଦେଇ ଓଏଫଏସ୍ ରେ ସେ ଟପ୍ଫର ହୋଇଛନ୍ତି ସେ । ଟପ୍‌ ୧୦ରେ ୬ ମହିଳା ଥିବା ବେଳେ ମୋଟ ୨୬ ମହିଳା ପାସ୍ କରିଛନ୍ତି। ସୂଚନାଯୋଗ୍ୟ ଯେ ଖାଲି ପଡ଼ିଥିବା ୬୭ ପଦବୀ ପାଇଁ  ପରୀକ୍ଷା ହୋଇଥିଲା। ଏଥିରେ ୧୨,୯୦୪ ଜଣ ଆବେଦନ କରିଥିବା ବେଳେ ୨୭୧୭ ଜଣ ଲିଖିତ ପରୀକ୍ଷା ଦେଇଥିଲେ।