ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର, ୧୭/୯: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା ଓ ହୀରାକୁଦ ଡ୍ୟାମ ର ଗେଟ ଖୋଲା ଯାଇଥିଲା। ଏହାରି ମଧ୍ୟରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କାହିଛନ୍ତି ଯେ ବୈତରଣୀ,ବୁଢାବଳଙ୍ଗ, ଜଳକାରେ ଜଳସ୍ତର କମିଛି ତେଣୁ ବିପଦ ସ୍ଥିତି ନାହିଁ । କିନ୍ତୁ ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଛି ଆଜି ରାତିରେ ପିକ୍ ଛୁଇଁବ । ଆଜି ରାତିରେ ରାଜଘାଟରେ ଜଳସ୍ତର ୧୧.୫ ମିଟର ପହଞ୍ଚିପାରେ । ତେବେ ଏଥିପାଇଁ ସେମିତି ବିଶେଷ ଅସୁବିଧା ହେବନି ବୋଲି ଆଶା ରହିଛି ।  ଅନ୍ୟପଟେ ଜିଲ୍ଲା ପ୍ରଶାସନ ସଜାଗ ଅଛି ଓ ଏହାସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।