ପାର୍ବଣ ଋତୁ, ଆସନ୍ତା୩ ମାସ ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ DMET

ଭୁବନେଶ୍ୱର, ୧୭/୯: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇ କହିଛନ୍ତି ଯେ ପାର୍ବଣ ଋତୁରେ ଭିଡ଼ ହୁଏ ତେଣୁ ଏହି ୩ ମାସ ଗୁରୁତ୍ବପୂର୍ଣ୍ଣ  । ଏହି ସମୟକୁ ଲକ୍ଷ ରଖି ଲୋକଙ୍କୁ ସଚେତନ କରାଯାଉଛି। କୋଭିଡ ଆପ୍ରୋପ୍ରିଏଟ ବିହେଭିଅର ପାଳନ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି । ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। ଭୁବନେଶ୍ବର ହେଲ୍‌ଥ ହବ୍ ହେଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକ ଆସୁଛନ୍ତି। ଭିଡ଼ ବଢ଼ୁଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍କ୍ରପ ଡ୍ରାଇପସ ପୂର୍ବରୁ ଥିଲା ଓ ତାର ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି DMET ସିବିକେ ମହାନ୍ତି କହିଛନ୍ତି।