ପ୍ରବଳ ବର୍ଷିବ, ୧୮ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା !

ଭୁବନେଶ୍ୱର, ୧୬/୯:ରାଜ୍ୟରେ ଏବେ ଏକ ଲଘୁଚାପ ପ୍ରଭାରେ ପ୍ରବଳ ବର୍ଷା ହୋଇଛି । ଏହାରି ମଧ୍ୟରେ ଆସନ୍ତା ୧୭,୧୮ରୁ ପୁଣି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ କିନ୍ତୁ ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ୧୮ରୁ ପୁଣି ବର୍ଷା ବଢ଼ିବାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୯ରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୦ରୁ ୨୨ ଯାଏ କେତେକ ଜାଗାରେ ପ୍ରବଳ ବର୍ଷା ହେବ । ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା ୧୮ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।