ପାର୍ବଣ ଋତୁରେ କୋଭିଡ ସତର୍କତା ନେଇ କଣ କହିଲେ DMET?

ଭୁବନେଶ୍ୱର, ୧୫/୯: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ଟିକେ କମିଛି। ଏହାସହ ଆଗକୁ ଆସୁଛି ପାର୍ବଣ ଋତୁ। ଏହାରିମଧ୍ୟରେ ପାର୍ବଣ ଋତୁରେ କୋଭିଡ ସତର୍କତା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିୟମ ନ ମାନିଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ମୂର୍ତ୍ତି ଉଚ୍ଚତା ବଢ଼ିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ଆବଶ୍ୟକ ହେବ। ନିୟମ ନମାନିଲେ ଓଡ଼ିଶାରେ କେରଳ ଭଳି ସ୍ଥିତି ହୋଇପାରେ ବୋଲିି ସେ କହିଛନ୍ତିି। ତେଣୁ ସମସ୍ତ କୋଭିଡ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି।