ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର, ୧୫/୯: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ୨୦୧୪ରେ କୋରାପୁଟ କୋଟପାଡ଼ରୁ ବିଧାୟକ ଥିଲେ ଚନ୍ଦ୍ରଶେଖର ମାଝୀ । କିନ୍ତୁ ୨୦୧୯ରେ ଦୁଇ ହଜାର ଭୋଟରେ ସେ ହାରିଥିଲେ । ବିଜେଡିରେ ମିଶିବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି କଂଗ୍ରେସ ମୋତେ ଅଣଦେଖା କରିନି କି ମୁଁ କନ୍ଦଳର ଶିକାର ହୋଇନି। କୋଟପାଡ଼ ଅଞ୍ଚଳର ବିକାଶ କରିବା ପାଇଁ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି।