ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ଟି ଗେଟ୍

ଭୁବନେଶ୍ୱର, ୧୫/୯: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି। ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଏନେଇ ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ ସୂଚନା ଦେଇଛନ୍ତି। ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୮.୧ ଫୁଟ ରହିଛି।ପ୍ରତି ସେକେଣ୍ଡରେ ପଶୁଛି ୨ ଲକ୍ଷ ୯୮ ହଜାର ୮୧ ଘନଫୁଟ ଜଳ ଓ ପ୍ରତି ସେକେଣ୍ଡରେ  ୨ ଲକ୍ଷ ୧୬ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି।