ଲଗାଣ ବର୍ଷା: କ୍ଷତିଗ୍ରସ୍ତଙ୍କୁ ସପ୍ତାହେ ଭିତରେ ସହାୟତା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ୱର, ୧୪/୯: ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ରେ ବହୁ କ୍ଷତି ଗ୍ରସ୍ତ ହୋଇଛି। ଏହି ଲଗାଣ ବର୍ଷାରେ ହୋଇଥିବା କ୍ଷତିଗ୍ରସ୍ତଙ୍କୁ ସପ୍ତାହେ ଭିତରେ ସହାୟତା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ SRC ପ୍ରଦୀପ ଜେନା। ଏହାସହ କେଉଁଠି କେତେ କଣ କ୍ଷତି ହୋଇଛି ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ଚିଠିରେ କହିଛନ୍ତି। SDRF ଏବଂ NDRF ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଯୋଗାଇବାକୁ ସେ ଚିଠି ଲେଖିଛନ୍ତି। ପୂର୍ବରୁ ଅତି ପ୍ରବଳ ବର୍ଷାକୁ ସ୍ବତନ୍ତ୍ର ବିପର୍ଯ୍ୟୟ ବୋଲି ରାଜ୍ୟ ସରକାର କହିଛନ୍ତି।