ଉପରମୁଣ୍ଡରେ ବର୍ଷା ଯୋଗୁ ଖୋଲିବ ହୀରାକୁଦ ଗେଟ୍

ଭୁବନେଶ୍ୱର, ୧୪/୯:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ଦୁଇ ଦିନ ହେବ ବର୍ଷା ଲାଗି ରହିଛି। ଏହାସହ ଉପରମୁଣ୍ଡରେ ବର୍ଷା ପ୍ରବଳ ହୋଇଛି। ତେଣୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ଏହାରିମଧ୍ୟରେ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଗେଟ୍ ଖୋଲାଯିବ। ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲିବ ବୋଲି ସୂଚନା ମିଳିଛି। ଦିନ ୩ଟାରୁ ବାଜିବ ସାଇରନ୍ ଓ ଅପରାହ୍ଣ ୫ଟାରୁ ଖୋଲିବ ଗେଟ୍ । ତେଣୁ ନଦୀ ଭିତରକୁ ନଯିବାକୁ ସତର୍କ କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମୁଣ୍ଡଳିରେ ବନ୍ୟାଜଳ ପହଞ୍ଚିବାକୁ  ୩୬ଘଣ୍ଟା ଲାଗିବ।