ବର୍ଷା ନେଇଗଲା ୩ ଜୀବନ

ଭୁବନେଶ୍ୱର, ୧୪/୯ :ରାଜ୍ୟରେ  ଲଘୁଚାପ ପ୍ରଭାରେ  ପ୍ରବଳ ବର୍ଷା ହୋଇଛି । ରେକର୍ଡ ଭାଙ୍ଗିଛି ଏହି ବର୍ଷା । ରେକର୍ଡ ବର୍ଷାରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଦୁଇ ଦିନର ଳଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନଜୀବନ । ବର୍ଷା ଯୋଗୁଁ ରାଜ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଲଘୁଚାପ ବର୍ଷାରେ ରାଜ୍ୟର ୧୧ଟି ଜିଲ୍ଲାର ମୋଟ ୫୩ଟି ବ୍ଲକରେ ବର୍ଷା ପ୍ରଭାବ ଅଧିକ ରହିଛି । ଫଳରେ ୫୩ଟି ବ୍ଲକର ୨୭୮୯ ଗାଁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ପ୍ରାୟ ୩୮୧୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଖୋର୍ଦ୍ଧାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨୭୮୯ ଗାଁର ୨୬୫ ଘର ଭାଙ୍ଗିଯାଇ ଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।