୧୨ ଜିଲ୍ଲାରେ ୨ଦିନ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୩/୯: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାରେ ୨ଦିନ ପାଇଁ ସ୍କୁଲକୁ ବନ୍ଦ କରାଯାଇଛି। ରେଡ୍ ଆର୍ଲଟ ଥିବା ଜିଲ୍ଲାରେ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଗକୁ ବର୍ଷା ବଢ଼ିବାର ସମ୍ଭବାନା ଥିବାରୁ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରହିବ। ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ରେ ୨ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି ।