ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୁପାଣୀ

ନୂଆଦିଲ୍ଲୀ, ୧୧/୯: ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ । ସେ ରାଜ୍ୟପାଳଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିଜୟ ରୁପାଣୀ । ଏହାପରେ ସେ  ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳରେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ଦଳର ସାଙ୍ଗଠନିକ କ୍ଷେତ୍ରରେ ଏମିତି ଅଦଳବଦଳ ହୋଇଥାଏ । ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି। ତେବେ ରୁପାଣୀ କାହିଁକି ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିନାହାନ୍ତି।