ବଡ଼ ଖବର: ରାଜ୍ୟର ୩୦ଜିଲ୍ଲାରୁ ୨୬୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୪ା୧୦: ପ୍ରତିଦିନ ରାଜ୍ୟର ୩୦ ଜିଲ୍ଲାରୁ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ୩୦ଜିଲ୍ଲାରୁ ୨୬୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୬୦୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୯୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୫୪୧କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୧୬, ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୯୦, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେଓଗଡ଼ରୁ ୧୩, ଢ଼େଙ୍କାନାଳରୁ ୩୩, ଗଜପତିରୁ ୮, ଗଞ୍ଜାମରୁ ୨୯, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୭୦, କେନ୍ଦ୍ୁଝରରୁ ୫୧, ଖୋର୍ଦ୍ଧାରୁ ୩୮୫, କୋରାପୁଟରୁ ୩୧, ମାଲକାନଗିରିରୁ ୫୭, ମୟୁରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୯୫, ପୁରୀରୁ ୪୯, ସୋନପୁରରୁ ୪୪, ସୁନ୍ଦରଗଡ଼ରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି ।