ରବି ଋତୁ ପାଇଁ ବଢ଼ିଲା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ୱର, ୮/୯: ୨୦୨୨-୨୩ର ରବି ଋତୁ ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଛି।। ଗହମ କ୍ବିଣ୍ଟାଲ ପିଛା ୧୯୭୫ରୁ ୨୦୧୫ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମଟର କ୍ବିଣ୍ଟାଲ ପିଛା ୫୧୦୦ରୁ ୫୨୩୦କୁ ବୃଦ୍ଧି ପାଇଛି। ସେହିପରି ମସୁର ଡାଲି କ୍ବିଣ୍ଟାଲ ପିଛା MSP ୫୧୦୦ରୁ ୫୫୦୦ ଟଙ୍କାକୁ ବୃଦ୍ଧି ପାଇଛି।ସୋରିଷର କ୍ବିଣ୍ଟାଲ ପିଛା MSP ୪୬୫୦ରୁ ୫୦୫୦କୁ,  କୁସୁମର କ୍ବିଣ୍ଟାଲ ପିଛା MSP ୫୩୨୭ରୁ ୫୪୪୧କୁ, ଆଖୁର ସହାୟକ ମୂଲ୍ୟ ୨୯୦ ଟଙ୍କା କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି।