ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଭକ୍ତଙ୍କ ପାଇଁ ନୂଆ SOP ଜାରି, ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୮/୯: ରାଜ୍ୟରେ କଁ ରୋନା ସଂକ୍ରମଣ କମିବା ପରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଅନୁମତି ମିଳିଥିଲା। କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ। ଏହାରିମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଭକ୍ତଙ୍କ ପାଇଁ ନୂଆ SOP ଜାରି ହୋଇଛି। ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ଯାଏ  ଦର୍ଶନ ଅନୁମତି ମିଳିବ । ଏଣିକି ସୋମବାରରୁ ଶନିବାର ଯାଏ ଜଗା ଦର୍ଶନ କରିପାରିବେ ଭକ୍ତ । ଶନିବାର ଖୋଲା ରହିବ ଶ୍ରୀମନ୍ଦିର କିନ୍ତୁ ରବିବାର ବିଶୋଧନ ପାଇଁ ବନ୍ଦ ହେବ।

ରାଜ୍ୟରେ ସେପ୍ଟେମ୍ବର ମାସ ପାଇଁ  ଜାରି ହୋଇଥିବା କୋଭିଡ ଗାଇଡଲାଇନ ଆଧାରରେ ଏହିପରି ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ RT-PCR ନେଗେଟିଭ୍‌ ରିପୋର୍ଟ ପୂର୍ବଭଳି ବାଧ୍ୟତାମୂଳକ ହେବ । ୨ ଡୋଜ୍‌ ଟିକାକରଣର ପ୍ରମାଣପତ୍ର ନିୟମ ବି ବଳବତ୍ତର ରହିିିବ।