ସ୍କୁଲ ପାଇଁ ପୁଣି ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର,୭/୯: ସ୍କୁଲ ପାଇଁ ପୁଣି ଜାରି ହୋଇଛି ଗାଇଡଲାଇନ। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ସରକାରଙ୍କ ତରଫରୁ ସମସ୍ତ ଡିଇଓମାନଙ୍କୁ ଚିଠି ଲେଖାଯାଇଛି। ଗାଇଡ଼ଲାଇନ ରେ ମାସ୍କ ବିନା ସ୍କୁଲରେ ପିଲା ପ୍ରବେଶ କରିପାରିବେନି ବୋଲି ରହିଛିି। ସ୍କୁଲରେ ସମସ୍ତ ପିଲାଙ୍କ ଥର୍ମାଲ ସ୍କ୍ରିନିଂ ହେବ। କ୍ଲାସରୁମରେ ସାମାଜିକ ଦୂରତା ପାଳନ ହେବ। ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ। ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ ।