ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦକୁ ଟାଣି ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭/୯: କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ପାଇଁ କୋଭିଡ ନିୟମ ମାନିବାକୁ ହେବ । ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦକୁ ଟାଣି ଆଣିବ ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନାରେ କୋଭିଡ ନିୟମ କଡ଼ାକଡ଼ି ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡ଼ାକଡ଼ି ପାଇଁ ନିର୍ଦେଶ ଦିଆଯାଇଛି। ପର୍ବପର୍ବାଣୀରେ ଆମର ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣରେ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।