ନିର୍ଦ୍ଧାରିତ ତାରିଖରେ ହେବ ନିଟ୍ ପରୀକ୍ଷା

ଭୁବନେଶ୍ୱର, ୬/୯: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରାୟ ସବୁ ପରୀକ୍ଷା ବାତିଲ କରାଯାଇଥିଲା। ଏବେ କରୋନାର ଟିକେ କମିବା ପରେ ଓ ସବୁ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଧୀରେ ଧୀରେ ସବୁ ପରୀକ୍ଷା କରାଯାଉଛି। ଏହାରିମଧ୍ୟରେ ନିର୍ଦ୍ଧାରିତ ତାରିଖରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି ସୂଚନା ରହିଛି। ସେପ୍ଟେମ୍ବର ୧୨ ତାରିଖ ରବିବାର ନିଟ୍ ପରୀକ୍ଷା ହେବ।ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ କରାଯାଇଥିବା ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ।