ନିପା ଭାଇରସ ନେଇ ସତର୍କ ରହିବାକୁ କହିଲେ DMET

ଭୁବନେଶ୍ୱର,୬/୯: ରାଜ୍ୟରେ ଏବେ କଁ ରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି। ଏବେ ଦ୍ୱତୀୟ ଲହର ବହୁ କ୍ଷୟକ୍ଷତି ଘଟେଇ ସାରିଥିବା ବେଳେ ଏବେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହରି ମଧ୍ୟରେ କୋଭିଡ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କିଛି ଜିଲ୍ଲାରେ କୋରୋନା ସଂକ୍ରମଣ ବଢୁଛି ଓ କମୁଛି । ଏହାସହ ଅନ୍ୟପଟେ ଡେଲ୍ଟା କିଛି ମାତ୍ରାରେ ରହିଛି ବୋଲି ସେ କହିଛନ୍ତି । ସେହିପରି ନିପା ଭାଇରସ ନେଇ ସଚେତନ ହେବା ଆବଶ୍ୟକ । ଟିକା ଆସିଯାଇଛି ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି ବୋଲି DMET କହିଛନ୍ତି ।