କିପରି କଟିବ ଆଜି ଆପଣଙ୍କ ଦିନ: ୦୬/୦୯/୨୦୨୧

ମେଷ: କିଛି ଲୋକମାନେ ଆପଣଙ୍କ ନିକଟତର ହେବାକୁ ଚେଷ୍ଟା କରିବେ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ଗୃହରେ ଭାତୃବିବାଦ, ପଡ଼ୋଶୀ କଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ ।

ବୃଷ:ସନ୍ତାନ ମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ନୂତନ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ । ପରିବାର ସହିତ ଜଡିତ କୌଣସି ସମସ୍ୟା ସମାଧାନ ହେବା ସହ ରୋଜଗାରରେ ପରିବର୍ତ୍ତନ କରି ଖୁସିରେ ସମୟ ବିତାଇବେ ।

ମିଥୁନ:ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ । ଜୀବନସାଥୀଙ୍କ ପ୍ରତି ସମ୍ମାନଭାବ ଜାଗୃତ ହେବା ଫଳରେ ପରିବାରରେ ସୁଖ ମିଳିବ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଠାରୁ କାମ ସାରିବାକୁ ନିଜେ ପରିଶ୍ରମ କରିବାକୁ ପଡିବ ।

କର୍କଟ:ଇଛାଶକ୍ତି ବଳରେ ଅନେକ ଭଲ ସୁଯୋଗର ଲାଭ ଉଠାଇ ପାରିବେ । ବିଦ୍ୟାର୍ଥୀମାନେ ଶିକ୍ଷକମାନଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ । ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ ।

ସିଂହ:ସକାରାତ୍ମକ ଚିନ୍ତାଧାରା ମନରେ ଜନ୍ମ ହେବା ଫଳରେ ବିଦ୍ୟାର୍ଥୀମାନେ ଅଧ୍ୟୟନ ପ୍ରତି ଧ୍ୟାନ ଦେବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ।

କନ୍ୟା:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ସଫଳତା ପାଇବେ । ନୂତନ ବାହନଆଦି କ୍ରୟ କରି ପାରନ୍ତି । ପୁରୁଣା ରୋଗ ସମସ୍ୟାରୁ ମୁକ୍ତି ମିଳିବା ସହ ମାନସିକ ଅଶାନ୍ତି ଦୂର ହେବ ।

ତୁଳା:ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି । ଶୁଭ ସମାଚାର ଶୁଣିବାକୁ ମିଳିବ । ପରିବାର ସହିତ ଯାତ୍ରା କରିବାକୁ ଯୋଜନା କରିବେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଶିକ୍ଷାରେ ବାଧା ଦୂର ହେବ ।

ବିଛା:ଶତୃମାନେ ପରାଜିତ ହେବେ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବାର ଯୋଗଅଛି । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ନୂତନବ୍ୟବସାୟ ଆରମ୍ଭପାଇଁ ଅତ୍ୟନ୍ତ ଉତ୍ତମ ସମୟ ।

ଧନୁ:ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବା ଫଳରେ ସରକାରଙ୍କ ଠାରୁ ସମ୍ମାନ ମିଳିପାରେ । ବ୍ୟବସାୟରେ ବଡ ଧରଣର ନିବେଶ କରିବା ପାଇଁ ଚିନ୍ତା କରିବେ । ଅଳ୍ପ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି ।

ମକର:ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆତ୍ମୀୟଙ୍କ ସହ ଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତିହେବ । କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ ।

କୁମ୍ଭ:ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ଯଶ-ମାନ-ପ୍ରତିଷ୍ଠା ବୃଦ୍ଧିପାଇବ ।

ମୀନ:ସମ୍ପତ୍ତି ବିବାଦକୁ ଆଇନଗତ ଭାବରେ ସମାଧାନ କରିବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ କରି ପାରନ୍ତି । ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ ।