ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ୫/୯: ଆଜି ହେଉଛି ପବିତ୍ର ଗୁରୁଦିବସ। ଏହି ଅବସରରେ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଦେଶର ୪୪ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଶିକ୍ଷକଙ୍କୁ ଭର୍ଚୁଆଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଶିକ୍ଷକ ରହିଛନ୍ତି । ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶଥପତି ଏବଂ ଗଞ୍ଜାମ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ଶିକ୍ଷକ ଅଜିତ କୁମାର ସେଠିଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପରୁସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।