ଟୋକିଓ ପାରାଲିମ୍ପିକ୍ସରେ ଆଇଏଏସ୍ ଅଫିସରଙ୍କ କମାଲ, ହାତେଇଲେ ରୌପ୍ୟ ପଦକ

ନୂଆଦିଲ୍ଲୀ,୫/୯: ଆଜି ଟୋକିଓ ପାରାଲିମ୍ପିକ୍ସର ଶେଷ ଦିନରେ ଆଉ ଏକ ପଦକ ହାତେଇଛି ଭାରତ । ପୁରୁଷ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି ଆଇଏଏସ୍ ଅଫିସର ସୁହାସ ୟଥିରାଜ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ସେ ଫ୍ରାନ୍ସର ଲୁକାସ୍ ଜୁରଙ୍କଠାରୁ ହାରି ଯାଇଛନ୍ତି । କିନ୍ତୁ ଦେଶବାସୀଙ୍କ ହୃଦୟ ଜିତି ପାରିଛନ୍ତି ସୁହାସ । ଫ୍ରାନ୍ସ ପ୍ରତିଦ୍ୱନ୍ଦୀ ୧୫-୨୧, ୨୧-୧୭, ୨୧-୧୫ ସେଟରେ ବିଜୟୀ ହୋଇଥିଲେ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।