ସ୍ବର୍ଣ୍ଣ ଜିତିବା ପରେ ପ୍ରମୋଦଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୯: ଟୋକିଓରେ ସ୍ବର୍ଣ୍ଣ ଜିତିବା ପରେ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡରେ ତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଟୋକିଓ ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ରାଜ୍ୟରେ କ୍ରୀଡ଼ାର ଉନ୍ନତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ। ସୂଚନାଯୋଗ୍ୟ ଯେ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ପ୍ରମୋଦ । ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ଫାଇନାଲରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।  SL-3 ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ବରଗଡ଼ର ପ୍ରମୋଦ ଭଗତ।  ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ସେ ହରାଇଛନ୍ତି।