ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ

ଭୁବନେଶ୍ୱର, ୪/୯: ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ପ୍ରମୋଦ । ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ଫାଇନାଲରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।  SL-3 ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ବରଗଡ଼ର ପ୍ରମୋଦ ଭଗତ।  ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ସେ ହରାଇଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଭାରତର ପଦକ (୧୭)ରେ ସ୍ବର୍ଣ୍ଣ-୪, ରୌପ୍ୟ-୭ ଓ ବ୍ରୋଞ୍ଜ-୬ ରହିଛି।