କିପରି କଟିବ ଆଜି ଆପଣଙ୍କ ଦିନ: ୦୪/୦୯/୨୦୨୧

ମେଷ: ସକାରାତ୍ମକ ଚିନ୍ତାଧାରା ମନରେ ଜନ୍ମ ହେବ । ପ୍ରାଇଭେଟ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ମନ ଶାନ୍ତ ରହିବ ଓ ଆୟ ବୃଦ୍ଧି ହୋଇ ପାରେ । ଘରର ଗୁରୁଜନ ମାନଙ୍କଠାରୁ ପରାମର୍ଶ ନେଇ କାର୍ଯ୍ୟ କରିଲେ ଲାଭ ପାଇବେ ।

ବୃଷ:ସହଯୋଗୀଙ୍କ ପ୍ରତି ନିଜ ବ୍ୟବହାର ଖରାପ କରନ୍ତୁ ନାହିଁ । ଆତ୍ମୀୟ ଲୋକଙ୍କୁ ବିଶ୍ୱାସ ଭରସା କଲେ କାର୍ଯ୍ୟ ସିଦ୍ଧି ହେବ । ଆଇନଗତ ବିଷୟରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ । ସମ୍ପତ୍ତି ବିବାଦ ସମସ୍ୟା ସମାଧାନ କରିପାରିବେ ।

ମିଥୁନ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ । ଜୀବନସାଥୀଙ୍କ ପ୍ରତି ସମ୍ମାନଭାବ ଜାଗୃତ ହେବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାମାନେ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ ।

କର୍କଟ:ସନ୍ତାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ । ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ ।

ସିଂହ:ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ଅଫିସ୍ ରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ରାଜନୀତିରେ ସୁଯୋଗ ହାତଛଡା ହେବାର ନାହିଁ ।

କନ୍ୟା:ସରକାରୀ କ୍ଷେତ୍ରରେ ଉନ୍ନତିହେବ । ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ ।

ତୁଳା:ଶୁଭ ସମ୍ବାଦପାଇ ଖୁସିହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ମାନସିକ ଏକାଗ୍ରତା ରଖି ପାରିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି ।

ବିଛା:ସାମାଜିକ ପତିଆରା ଅମଳିନ ରହିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ ।

ଧନୁ:ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ ।

ମକର:ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ ।

କୁମ୍ଭ:ସୁବିଧା ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ ।

ମୀନ:ସାନ ଭାଇ ଭଉଣୀଙ୍କ ଠାରୁ ଲାଭ ପାଇବେ ଓ ପରିବାରରେ ମାନ ମନାନ୍ତର ଦୂର ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ ।