ମୋ ବସର ଦୁଇଟି ଡିପୋକୁ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩/୯: ଆଜି ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି । ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବା, ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବାର ବ୍ୟବସ୍ଥା ରହିଛି। ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ଏହାସହ ପରିବହନ ଭବନ ଠାରେ ୧୧୦ଟି ଓଏସଆରଟିସିର ନୂଆ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।