ରାଜ୍ୟରେ ଆଜି ଆଉ ୭ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୩/୯:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୨, ବାଲେଶ୍ବର ଓ କଟକ, ଢେଙ୍କାନାଳ, ପୁରୀ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।