ଯୁକ୍ତି ଦୁଇ ଅଫଲାଇନ ପରୀକ୍ଷା ପାଇଁ ଆଜିିଠୁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୩/୯: କରୋନା ଯୋଗୁ କୌଣସି ରେଜଲ୍ଟ ବାହାରି ପାରୁନଥିଲା। କିନ୍ତୁ ବହୁ ଅପେକ୍ଷା ପରେ ଗତ କିଛି ଦିନ ତଳେ ଯୁକ୍ତଦୁଇ ରେଜଲ୍ଟ ବାହାରିଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଥିଲା ।ଏହି ବିକଳ୍ପ ମୂଲ୍ୟାୟନ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ ଆଜିିଠୁ ଆବେଦନ କରିପାରିବେ ବୋଲି ସୂଚନା ରହିଛି । ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିବାକୁ କଲେଜ ଗୁଡିକୁ ଲିଙ୍କ୍ ଯୋଗାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଅପରାହ୍ନ ୨ଟାରୁ ୯ ତାରିଖ ଯାଏଁ ଅଫଲାଇନ୍ ପରୀକ୍ଷା ପାଇଁ ନିଜ କଲେଜରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅବେଦନ ତାରିଖ ସରିବା ପରେ ପରୀକ୍ଷା କେବେ ହେବ ଓ କିପରି ହେବେ ସେନେଇ ନିଷ୍ପତି ନିଆଯିବ । ତେବେ ଅଫଲାଇନ୍ ପରୀକ୍ଷା ସମସ୍ତ ବିଷୟରେ ନହୋଇ କେବଳ ପ୍ରମୁଖ ବିଷୟ ଗୁଡିକ ଉପରେ ଅଫଲାଇନରେ ପରୀକ୍ଷା ହେବ । ତେବେ ଯେଉଁ ଛାତ୍ରମାନେ ଅଫଲାଇନ ପରୀକ୍ଷା ଦେବେ, ସେମାନଙ୍କ ଅଫଲାଇନ୍ ପରୀକ୍ଷା ଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ ।