ସଟଡାଉନ୍ ହଟିବା ସତ୍ତ୍ୱେ ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର, ୧/୯: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏବେ ବି ବିପଦ ଟଳିନି। ସବୁ ସ୍ଥିତି କୁ ଦୃଷ୍ଟିରେ ରଖି ଗତକାଲି ସେପ୍ଟେମ୍ବର ମାସ ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ ସରକାର। ନୂଆ ଗାଇଡ଼ଲାଇନ ଅନୁସାରେ କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇନି। କିନ୍ତୁ ପୁରୀରେ ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ସଟଡାଉନ୍ ହଟିବା ସତ୍ତ୍ୱେ  ଦର୍ଶନ ବନ୍ଦ ରହିବ।