LPG ଦର ୨୫ ଟଙ୍କା ବୃଦ୍ଧି

ଭୁବନେଶ୍ୱର, ୧/୯: କରୋନା ଯୋଗୁ ସମସ୍ତିଙ୍କ ଅର୍ଥନୈତିକ ଉପରେ ବେଶ ପ୍ରଭାବ ପଡିଛି। ଏହାରିମଧ୍ୟରେ ବଢି ଚାଲିଛି LPG ଗ୍ୟାସ ଦର। ଆଜି LPG ଦର ୨୫ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଅଣ-ସବ୍‌ସିଡି LPG ସିଲିଣ୍ଡର ପିଛା ଦର ୨୫ ଟଙ୍କା ବଢ଼ିଛି । ସେହିପରି ୧୯ କେଜିର ବ୍ୟାବସାୟିକ LPG ସିଲିଣ୍ଡର ପିଛା ଦର ୭୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ଘରୋଇ ସିଲିଣ୍ଡର ୮୮୪.୫୦ ଓ ବାଣିଜ୍ୟିକ ସିଲିଣ୍ଡର ଦର ୧୬୯୩ ଟଙ୍କାକୁ ବୃଦ୍ଧି ହୋଇଥିବା ନେଇ ସୂଚନା ରହିଛି।